ପୁରୀ(ଏଟିଆର ବ୍ୟୁରୋ):ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ । ପ୍ରଭୁ ଶ୍ରୀ ଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ ।ଏହି ପଙ୍କୋଦ୍ଧାର ନୀତି ଶିବରାତ୍ରିର ଗୋଟେ ଦିନ ପୂର୍ବରୁ ଅନୁଷ୍ଠିତ ହୋଇଥାଏ । ଗମ୍ଭୀର ଭିତରୁ ପଙ୍କୋଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଅନେକ ଭକ୍ତ ।
ବର୍ଷସାରା ମହାପ୍ରଭୁ ପାଣି ଭିତରେ ବୁଡି ରହିଥିବା ବେଳେ ଶିବରାତ୍ରିର ଗୋଟେ ଦିନ ପୁର୍ବରୁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।ବର୍ଷଜାଗ ଫୁଲ,ବେଲପତ୍ର,କ୍ଷୀର,କଦଳୀ,ଦହି, ଓ ସୁନାରେ ଆଚ୍ଛାଦିତ ହୋଇଥିବା ମହାପ୍ରଭୁଙ୍କୁ ଏହି ସମସ୍ତ ସାମଗ୍ରୀରୁ ବାହାର କରାଯିବ । ତେଣୁ ଏହି ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବୋଲି କୁହାଯାଏ ।
ଚଳିତବର୍ଷ ଏହି କୋଭିଡ କଟକଣା କାରଣ ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ଏହା ଅନୁଷ୍ଠିତ ହେବ । ଭକ୍ତମାନେ ଦର୍ଶନ ପାଇଁ ଗମ୍ଭୀର ଭିତରକୁ ଯିବା ଉପରେ କଟକଣା ଥିବା ବେଳେ ବାହାରୁ ଥାଇ ଦଶନେ କରିପାରିବେ ଭକ୍ତମାନେ ।
ସକାଳ ୮ ଟାରୁ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ପରେ ଦିନ ୨ ଟାରୁ ସାଧାରଣ ଲୋକମାନେ ଦର୍ଶନ କରିପାରିବେ । ମାସ୍କ ପିନ୍ଧିବା ,ସାମାଜିକ ଦୁରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।