ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତର ତୃତୀୟ ‘ସ୍କର୍ପିନ-କ୍ଲାସ’ ଡିଜେଲ –ଇଲେକ୍ଟ୍ରିକ୍ ବୁଡାଜାହଜ ‘ଆଇଏନ୍ଏସ୍ କରଞ୍ଜ’ କୁ ମୁମ୍ବାଇ ଭାରତୀୟ ନୈାସେନାରେ ସାମିଲ କରାଯାଇଛି । ନୈାସେନାର ମୁଖ୍ୟ ଏଡମାଇରାଲ କରମବୀର ସିଂହ ଆଇଏନଏସ କରଞ୍ଜକୁ ମୁମ୍ବାଇସ୍ଥିତ ନାଭାଲ ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟାଳୟରେ ସାମରିକ ପରମ୍ପରା ଅନୁଯାୟୀ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।
ଗତ ୭ ବର୍ଷରୁ ଉଦ୍ଧ୍ୱର୍ ହେବ ଭାରତୀୟ ନୈାସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀକରଣ ଏବଂ ଆତ୍ମନିର୍ଭର ଦୃଢ ସମର୍ଥକ ହୋଇ ଆସିଛି । ୪୨ ଟି ଜାହାଜ ଓ ବୁଡାଜାହାଜରୁ ୪୦ ଟି ଭାରତୀୟ ସିପୟାର୍ଡରେ ନିର୍ମିତ ।
ଆଇଏନଏସକୁ ସମୁଦ୍ରର ସାଇଲେଣ୍ଟ କିଲର ବୋଲି କୁହାଯାଏ। କାରଣ ଏହି ବୁଡ଼ାଜାହାଜରେ ଦୁନିଆର ସର୍ବଶ୍ରେଷ୍ଠ ସୋନାର ସିଷ୍ଟମ ଲଗାଯାଇଛି। ଯାହାଫଳରେ ଏହାର ଶବ୍ଦ କେହି ବି ଶୁଣି ପାରନ୍ତିନି। ସେଥିପାଇଁ ଏହି ଜାହାଜ ସହଜରେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଧ୍ବଂସ କରିପାରେ।
ଭାରତୀୟ ନୌସେନା ୨୦୦୫ ମସିହାରେ ପ୍ରୋଜେକ୍ଟ ୭୫ ଅନୁସାରେ ଫ୍ରାନ୍ସ ସହ ୬ଟି ସ୍କର୍ପିଓନ ବୁଡ଼ାଜାହାଜ ତିଆରି କରିବାକୁ ଚୁକ୍ତି କରିଥିଲା। ୨୦୧୨ ସୁଦ୍ଧା ନୌସେନାକୁ ପ୍ରଥମ ସବମାରିନ ମିଳିଯିବା କଥା କିନ୍ତୁ ପ୍ରଥମ ବୁଡ଼ାଜାହାଜ ୨୦୧୭ରେ ମିଳିଥିଲା ।