ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ହେବ ଡାକ୍ତରୀ ପ୍ରବେଶିକା ନିଟ ପରୀକ୍ଷା ।ସାରା ଦେଶରେ ଇଂରାଜୀ ଓ ହିନ୍ଦୀ ସମେତ ୧୧ ଟି ଭାଷାରେ ପରୀକ୍ଷା ହେବ । ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ ।
ବିଦ୍ୟାର୍ଥୀମାନେ ପେଦ ଓ ପେପର ସହାର୍ଯ୍ୟରେ ଏହି ପରୀକ୍ଷା ଦେବେ । ଏହି ପରୀକ୍ଷା ବର୍ଷକୁ ଥରେ ହୋଇଥାଏ । ଏହି ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀଙ୍କ ବୟସ ସୀମା ୧୭ ଏବଂ ୨୫ ବର୍ଷରୁ ସର୍ବାଧିକ ବୟସ ହୋଇଥିବ । ଇଂରାଜୀ,ହିନ୍ଦୀ,ଓଡିଶା,ଆସାମୀ,ଗୁଜୁରାଟ,ବେଙ୍ଗଲୀ,ମରାଠୀ,କନ୍ନଡ,ତେଲୁଗୁ ଓ ତାମିଲି ଭାଷାରେ ପରୀକ୍ଷା ହେବ ।
ଆବେଦନ ଫର୍ମ ସହିତ ସ୍କାନ ହୋଇଥିବା ଡକ୍ୟୁମେଣ୍ଟଗୁଡିକର ଏକ ତାଲିକା ଦାଖଲ କରିବାକୁ ପଡିବ ଯେପରିକି ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍ ଏବଂ ମାର୍କସିଟ୍, ଆଧାର କାର୍ଡର ଫଟୋ, ରାସନ କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ସ୍କାନ ହୋଇଥିବା ଫଟୋ, ଦସ୍ତଖତ ଏବଂ ଆଙ୍ଗୁଠି ଟିପ ଚିହ୍ନ।