ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆତଙ୍କ ସଂଙ୍ଗଠନ ଆଇଏସଆଇ ଲିଙ୍ଗ ନେଇ ଜାତୀୟ ତଦନ୍ତ ସଂସ୍ଥା ପକ୍ଷରୁ ୩ ଟି ରାଜ୍ୟରେ ଚଢାଉ ଜିରିଛି । ଗତ ୪୮ ଘଣ୍ଟା ମଧ୍ୟରେ ‘ଏନ୍ଆଇଏ’ ପଞ୍ଜିକରଣ କରିଥିବା ଏକ ନୂଆ ମାମଲା ସହ ଏହି ଚଢ଼ାଉ ସଂଶ୍ଳିଷ୍ଟ।ଆକ୍ରମଣରେ ସଂମ୍ପୂକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି । ବେଶ୍ କିଛି ଦିନ ହେବ ‘ଏନ୍ଆଇଏ’ ୬/୭ଜଣ ଲୋକଙ୍କ ଉପରେ ଦୃଷ୍ଟି ରଖିବା ପରେ ଏହି ମାମଲା ରୁଜୁ କରିଥିଲା।
ସୋସିଆଲ ମିଡିଆରେ ମୁଲିମ ଲିଗ୍ ପ୍ରଥମେ ସଙ୍ଗଠନ ସାମିଲ କରିଥିଲା । ତାପରେ ସେମାନଙ୍କୁ ଅନଲାଇନ ପ୍ରଶିକ୍ଷଣ ଦେଇ ଭାରତର ସ୍ଥାନୀୟ ଅଞ୍ଚଳରେ ପ୍ରଶିଶଣ ଦେଇ ଭାରତର ସ୍ଥାନୀୟ ଅଞ୍ଚଳରେ ହମଲା କରିବାକୁ ଉଠୂୁଥିବାର ଜଣାପଡିଛି । ଏହି ଷଡଯନ୍ତ୍ରରେ ପାକିସସ୍ତାନା ର ହାତ ଅଛି ବୋଲି ସ୍ପଷ୍ଟ କରାଯାଇଛି ।
ଏନଆଇଏ ଚ, ଚଳାଇଥିବା ୫ ଜଣ ବ୍ୟକ୍ତିଙ୍କୁ ମାମଲା ରୁଜୁ କରିଥିଲା । ସହଜରେ ଭଳି ଯାଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କ ସହ ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ସିଧାସଳଖ ଯୋଗଯୋଗ କରି ସେମାନଙ୍କୁ ଚୟନ କରିବା ସହ ଅନ୍ଲାଇନ୍ରେ ତାଲିମ ଦେଇ ଆଞ୍ଚଳିକ କ୍ଷେତ୍ରରେ ଆକ୍ରମଣ ନିମନ୍ତେ ଉସ୍କାଉଛି।