ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଜେପି ସାଂସଦଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଦିଲ୍ଲୀସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।
ସାଂସଦ ରାମସ୍ୱରୂପ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଊଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦେହକୁ ହସ୍ପିଟାଲ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ସାଂସଦଙ୍କ ମୃତ୍ୟୁ ପରେ ବିଜେପିରେ ଆଜିର ସାଂସଦୀୟ ଦଳ ବୈଠକ ରଦ୍ଦ କରାଯାଇଛି ।
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଦୁଇ ଦୁଇ ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି ରାମସ୍ୱରୁପ ଶର୍ମା । ପ୍ରଥମେ ୨୦୧୪ ଏବଂ ପରେ ୧୦୧୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାମସ୍ୱରୁପ ଶର୍ମା । ତେବେ ହଠାତ୍ ତାଙ୍କର ଏପରି ମୃତ୍ୟୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି ।