ପୁରୀ(ଏଟିଆର ବ୍ୟୁରୋ): ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏନେଇ ଶ୍ରୀମନ୍ଦିର ଯାଞ୍ଚପାଇଁ ପହଞ୍ଚିଲେ ଏନଏସଜି ଟିମ୍ । ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚକରିବ ଏହି ଟିମ୍ । ପୋଲିସର ସହାୟତାରେ ଏନଏସଜି ୩ ଜଣିଆ ଟିମ୍ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରାଜଭବନ କାର୍ଯ୍ୟାଳୟ କାର୍ଯ୍ୟାଳୟ,ରାଜ୍ୟ ପ୍ରଶାସନିକ ଅଧିକାରୀ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି ।
ସେପଟେ ରାଷ୍ଟ୍ରପତିଙ୍କ କୋଣାର୍କ ଏବଂ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ହୋଇଥିବାରୁ ସଦା ସର୍ବଦା ଆତଙ୍କବାଦୀଙ୍କ ନଜରରେ ରହି ଆସିଛି। ଏହାର ସୁରକ୍ଷାକୁ କଡାକଡି କରିବା ଲାଗି ଏନଏସଜିି ପକ୍ଷରୁ ଶ୍ରୀମନ୍ଦିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତନଖି କରାଯାଇଛି।