ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଟି୨୦ ମ୍ୟାଚ୍ । ଯାହାର ଅନ୍ତିମ ମୁକାବିଲା ମାର୍ଚ୍ଚ ୨୦ ରେ ଖେଳାଯିବ । ଏହାପରେ ଆଗାମୀ ସପ୍ତାହରୁ ଏହି ଦୁଇ ଟିମ୍ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ୍ ଆରମ୍ଭ ହୋଇଯିବ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଟିମ୍ ର ଘୋଷଣା କରାଯାଇଛି । ଯେଉଁଥିରେ ତିନି ଜଣ ନୂତନ ଖେଳାଳୀ ସାମିଲ ଅଛନ୍ତି ।
ପୁଣେ ରେ ହେବାକୁ ଥିବା ଏହି ସିରିଜ୍ ପାଇଁ ବିସିଆଇ ପ୍ରଥମ ଥର ଦ୍ରୁତ ବୋଲର କୃଷ୍ଣାଙ୍କୁ ଇଂଟରନେସନାଲ କ୍ରିକେଟ ପାଇଁ ଟିମ୍ ରେ ସାମିଲ କରିଛି । ସେହିପରି ପ୍ରଥମ ଥର କୃଣାଲ ପାଣ୍ଡ୍ୟାଙ୍କୁ ଟିମ୍ ରେ ସ୍ଥାନ ମିଳିଥିବା ବେଳେ ଦ୍ରୁତ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ମଧ୍ୟ ଟିମ୍ ରେ ସାମିଲ ଅଛନ୍ତି ।
ସେହିପରି ଭାରତର ୱାନଡେ ଟିମ୍ ରୁ ପୃ୍ଥ୍ୱୀ ସ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ଡ୍ରପ କରାଯାଇଥିବା ବେଳେ ଟିମ୍ ଫେରିଛନ୍ତି ରୋହିତ ଶର୍ମା । ସେପଟେ ବିବାହ ପାଇଁ ଜସପ୍ରୀତ ବୁମରାହ ଛୁଟିରେ ଅଛନ୍ତି । ସେହପରି ମୋହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଠିକ୍ ନାହିଁ । ସେ ସିଧା ସଳଖ ଆଇପିଏଲ ରେ ନଜର ଆସିବେ ।
ଭାରତର ୱାନଡେ ଟିମ୍:-
ବିରାଟ କୋହଲି (କ୍ୟାପ୍ଟେନ), ରୋହିତ ଶର୍ମା, ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ରୀଷଭ ପନ୍ଥ, କେଏଲ ରାହୁଲ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, କୃଣାଲ ପାଣ୍ଡ୍ୟା, ବଶିଙ୍ଗଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ମୋହମ୍ମଦ ସିରାଜ, କୃଷ୍ଣା, ଏବଂ ଶାର୍ଦୁଲ ଠାକୁର ।
ତିନି ଦିନିଆ ଏହି ୱାନଡେ ମ୍ୟାଚର ପ୍ରଥମ ମ୍ୟାଚ ୨୩ ରେ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚ ୨୬ ଏବଂ ତୃତୀୟ ମ୍ୟାଚ ୨୮ ରେ ଖେଳାଯିବ ।