ଲଣ୍ଡନ(,ଯିଆର ବ୍ୟୁରୋ): ଅକ୍ସଫୋର୍ଡ ପ୍ରସ୍ତୁତ କରୁଥିବା କରୋନା ଟିକା ଉପରେ ପୁରା ବିଶ୍ୱରେ ପ୍ରଶ୍ନ ଉଠୁଥିବାବେଳେ ଏହାର ପ୍ରଥମ ଡୋଜ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଷ୍ଟ୍ରାଜେନିକା ଟିକା ନେଇ ଲୋକଙ୍କ ମନରେ ଥିବା ଭ୍ରମ ଦୁର କରିଛନ୍ତି ।
ଆଷ୍ଟ୍ରାଜେନେକା ଟିକା ନେଲେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।ବୈଜ୍ଞାନିକ ବିଶ୍ଲେଷଣ ପରେ ଟିକାକୁ ସଂମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଇଛି । ଓ ପରେ ବିଭିନ୍ନ ରାଷ୍ଟ୍ର ପୁଣି ଟିକାକରଶ ଆରମ୍ଭ ହୋଇଛି ।
ଟିକା ନେବା ପରେ ଜନସନ କହିଛନ୍ତି, ମୁଁ ଅକ୍ସଫୋର୍ଡର ଆଷ୍ଟ୍ରାଜେନିକା ଟିକାର ପ୍ରଥମ ଡୋଜ ନେଇଛି । ଟିକା ନେବା ପରେ ସେ ଲୋକଙ୍କୁ ଟିକାକରଣ କାର୍ୟ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି। ସେହିପରି ଟିକା ନେଇ କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କରୁ ନଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।