ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି । ତେଣୁ ସରକାର ବାହାଘର ପାଇଁ ନେଇଥିବା ନିଷ୍ପତ୍ତିକୁ କମାଇ ଦେଇଛନ୍ତି । ପୂର୍ବରୁ ବିବାହ ଉତ୍ସବ ପାଇଁ ସର୍ବାଧିକ ୫୦୦ ଲୋକଙ୍କ ପାଇଁ ଅନୁମତି ମଳିଥିବାବେଳେ ବର୍ତ୍ତମାନ ଏହାକୁ କମାଇ ୨୦୦ କରାଯାଇଛି । ସେହିପରି ଦଶାହ ଓ ଶୁଦ୍ଧିକ୍ରିୟା ପାଇଁ ୫୦୦ ପରିବର୍ତ୍ତେ ୫୦ କରାଯାଇଛି ।
ଏହାବ୍ୟତୀତ ଉଭୟ କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ ମାସ୍କ ପିନ୍ଧିବା ଉପରେ ନଜର ରଖିଥିବାବେଳେ ଅତିଥି ମାନେ ମାସ୍ମ ପିନ୍ଧିଛନ୍ତି କି ନାହିଁ ସେଥିପ୍ରତି ଯାଞ୍ଚ କରାଯିବ । ଏବଂ ଯେଉଁମାନେ ଏହି ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି । ରାଜ୍ୟକୁ ପୁଣି ଥରେ କରୋନା ଲେଉଟୁଥିବା ନେଇ ରାଜ୍ୟବାସୀଙ୍କ ମନରେ ଭୟର ଆଶଙ୍କା ଦେଖାଦେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।