ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୩ ଟି କୃଷି ଆଇନ ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ର୍ଖିଛନ୍ତି । କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଏହି ସମୟରେ ପୁରା ଦେଶରେ ସଡକ,କେଳଓ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।
କୃଷକ ମୋର୍ଚ୍ଚାକୁ ବ୍ୟବସାୟ ସଂଗଠନ,ଟ୍ରେଡ ୟୁନିଅନଏବଂ ରେଲୱେ ୟୁନିଅନ ପକ୍ଷରୁ ସମର୍ଥନ ମିଳିଛି । ଏହି ବନ୍ଦ ଡାକରା ସମ୍ପର୍ଣ୍ଣ ସଫଳ ରହିବ ବୋଲି ଭାରତୀୟ କିସାନ ୟୁନିଅନର ଅଧକ୍ଷ ରାଜବୀର ସିଂ ଜାଦୈନ ଏବଂ ୟୁନିୟନର ଅଧ୍ୟକ୍ଷ ଗୈାରବ ଟିକାଏତ୍ ସୂଚନା ଦେଇଛନ୍ତି ।
ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୂରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକମାନଙ୍କୁ କହିଛନ୍ତି ।
ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।