ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡର କମେଡିଆନ ତଥା ଅଭିନେତା ପପୁ ପମପମ୍ ଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ପପୁ ଆପଣଙ୍କୁ ହସେଇବା ପାଇଁ ପରଦାରେ ନଜର ଆସିବେ । ଆଜ୍ଞା ହଁ ଦୀର୍ଘ ଦିନ ହେବ ଆଇସିୟୁରେ ଭର୍ତ୍ତି ଥିବା ପପୁଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ସେ ଆଜି ଆଇସିୟୁରୁ ବାହାରିଛନ୍ତି ।
ଦିଲ୍ଲୀ ଏମ୍ସର ଡାକ୍ତରଙ୍କ କହିବାନୁଯାୟୀ, ଖୁବ୍ କମ ସମୟ ଭିତରେ ପପୁ ସଂପୂର୍ଣ୍ଣ ଠିକ୍ ହୋଇଯିବେ । ଏବଂ ଏବେ ବି ତାଙ୍କର ଚିକିତ୍ସା ଜାରି ରହିଛି ।
ପ୍ରକାଶ ଥାଉ କି,ପପୁ ସୁଟିଂ ସାରି ଘରକୁ ଫେରିଲା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଜାଣିବାକୁ ମିଳିଥିଲା ଯେ ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ । ତାପରେ ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠା ଯାଇଥିଲା ।