ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ୨ ଦିନ ହେବ ଗ୍ରୀଷ୍ମ ପ୍ରବାହ ହେବ । ଆଜି କଟକ,ଖୋର୍ଦ୍ଧା, ନୟାଗଡରେ ତାତି ବର୍ଷିବ । ଏହି ୩ ଟି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି,ଘଡଘଡି,ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
୩୦ ତାରିଖରେ ପଶ୍ଚିମ ଓଡ଼ିଶା, ୩୧ରେ ସମଗ୍ର ଓଡ଼ିଶା ଏବଂ ଏପ୍ରିଲ ଆରମ୍ଭରୁ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସବୁଠାରୁ ଅଧିକ ଗରମ ହେବ । ଏହି ୩ ଦିନରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିପାରେ ।
ମାର୍ଚ୍ଚ ୩୧ ତାରିଖ ଦିନ ଭୁବନେଶ୍ବର ଦେଶର ପ୍ରମୁଖ ଉତ୍ତପ୍ତ ସହର ହେବ। ସେହିପରି ଆସନ୍ତା ଏପ୍ରିଲ ୧ରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।୨୯ରୁ ୩୧ ତାରିଖ ଭିତରେ ସମୁଦ୍ର କୂଳେ କୂଳେ ବର୍ଷା ହେବା ସମ୍ଭାବନା ଅଛି । ଭୁବନେଶ୍ୱରରେ ୨୯ ଓ ଏପ୍ରିଲ ୨ରୁ ୪ ତାରିଖ ଭିତରେ କାଳବୈଶାଖୀ ହୋଇପାରେ ।
ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳର କେତେକ ଜାଗାରେ କାଳବୈଶାଖୀ ହୋଇପାରେ। ତଥାପି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଅନେକ ଜାଗାରେ ତାପମାତ୍ରା କମିବ ନାହିଁ । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିପାରେ ।