ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସପ୍ତାହ ମଧ୍ୟରେ ଲଗାତାର ଭାବେ ତୃତୀୟ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ମଙ୍ଗଳବାର ପେଟ୍ରୋଲ ଦର ୨୨ ପଇସା ରହିଥିବାବେଳେ ଡିଜେଲ ଦର ୨୬ ପଇସାକୁ କମିଛି ।
ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧.୨୮ ଟଙ୍କା ରହିଥିବାବେଳେ ଡିଜେଲ ୮୮.୧୩ କୁ ଖସିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ କେଲ ଦର ବୃଦ୍ଧି ପାଇବା ଫଳରେ ଘରୋଇ ବଜାରରେ ଏହାର ପ୍ରାଭାବ ପଡିଛି । କୋଭିଡ ସଂକ୍ରମଣ କାରଣରୁ ବଜାରରେ ଏହି ତେଲ ଦର ମାର୍ଚ୍ଚ ୨୪ ରେ ପ୍ରଥମ ହାସ ହୋଇଥିଲା ।
ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଦର ୨୨ ଓ ୨୩ ପଇସା କମିଛି । ଫଳରେ ଏହି ସହରର ଇନ୍ଧନ ନର ୯୦.୫୬ ଟଙ୍କା ୮୦.୮୭ ଟଙ୍କା ରହିଥିଲା । ମୁମ୍ବାଇରେ ପେଟ୍ରୋଲ ଦର ୯୬.୯୮ ଟଙ୍କା ଓ ଡିଜେଲ ଦର ୮୭.୯୬ ରେ ବିକ୍ରି ହୋଇଛି ।
ପୁଣି ଥରେ ମାର୍ଚ୍ଚ ୨୫ ରେ ତେଲ ଦର ହ୍ରାସ ପରିଲିକ୍ଷିତ ହୋଇଛି । ମୋଟ ୩ ଥର ଦା ହ୍ରାସ ପାଇବା କାରଣରୁ ପେଟ୍ରୋଲ ୬୧ ଏବଂ ଡିଜେଲ ୭୦ ପଇସାକୁ ଖସିଛି । ଟିକସ ହ୍ରାସ ପାଇବା ଦ୍ୱାରା ଖାଉଟିକୁ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଇନାହାନ୍ତି ।