ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏପ୍ରିଲ ୨ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡିଶା ଆସିବେ । ଦୁଇ ଦିନଆ ଓଡିଶା ଗସ୍ତରେ ଓଡିଶା ଆସୁଛନ୍ତି ଭେଙ୍କେୟା ନାଇଡୁ । ଏପ୍ରିଲ ୨ ତାରିଖ ଦିନ ସେ ପୂର୍ବାହ୍ନ ୧୧ ଟା ୧୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିବେ । ୫୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି ।
ସମାବର୍ତ୍ତନ ଉତ୍ସବରେ ମଂଚକୁ ଯିବାକୁ ଥିବା ଛାତ୍ର ଓ ଶିକ୍ଷକ ,ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି । ଏହାସହ ନାଇଡୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଂଟିଜେନ ଟେଷ୍ଟ ଆରମ୍ଭ ହୋଇଛି ।
ସେହିପରି ସଂଧ୍ୟାରେ ରାଜଭବନରୁ କଟକ ସାରଳା ଭବନ ଯାଇ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି । ରାଜଭବନରେ ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି ।୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଦିନ ୧୦ ଟା ୧୦ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଯିବେ । ଦିନ ୧୦ ଟା ୩୦ ରୁ ୧୧ ଟା ୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟୋର ରହି ଅପରାହ୍ନ ୪ ଟା ୪୦ ରେ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ ।