ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାଉଥ ସୁପରାଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରଜନୀକାନ୍ତଙ୍କର ଫିଲ୍ମ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ହୋଇଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ଚଳିତବର୍ଷ କରୋନା ସଂକ୍ରମଣ ହେତୁ ଦାଦା ସାହେବ ଫାଲକେ ପୁରସ୍କାର ଆୱାଡ ବିଳମ୍ବରେ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ପୁରସ୍କାର କିଛି ଦିନ ପୂର୍ବରୁ ଘୋଷଣା କରାଯାଇଥିଲା । ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ଏଥିଲାଗି ଚୟନ କରାଯାଇଥିଲା ।
ଚଳିବର୍ଷ ବିଚାରକ ମଣ୍ଡଳୀରେ ଆଶା ଭୋସଲେ,ମୋହନଲାଲ,ବିଶ୍ୱଜିତ୍ ଚାଟାର୍ଜା,ଶଙ୍କର ମହାଦେବ ଓ ସୁବାଷ ଘାଇଙ୍କୁ ସାମିଲ କରାଯାଇଛି । ଏଥି ଯୋଗୁଁ ଚଳିତ ବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ରଜନୀକାନ୍ତଙ୍କୁ ଏହି ଆଓ୍ବାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।୨୦୧୮ ମସିହାରେ ଏହି ପୁରସ୍କାର ଅଭିନେତା ଅମିତାଭ ବଚ୍ଚନଙ୍କୁ ଏବଂ ୨୦୧୭ ମସିହାରେ ଦିବଙ୍ଗତ ବିଜେପି ନେତା ଏବଂ ଅଭିନେତା ବିନୋଦ ଖନ୍ନାକୁ ପ୍ରଦାନ କରାଯାଇଥିଲା ।