ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜନ୍ମ ଜାତକରେ ଗ୍ରହ ଦୋଷ ଥିଲେ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହି ଅଶୁଭ ଗ୍ରହକୁ ଦୂର କରିବା ପାଇଁ ଅନେକ ଉପାୟ ରହିଛି । ଯାହାର ପ୍ରୟୋଗରେ ଗ୍ରହ ଦୋଷ ନିବାରଣ କରାଯାଇ ପାରିବ । ଏହି ଉପାୟ ବହୁତ ସରଳ ।
– ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ଅଶୁଭ ସ୍ଥିତିରେ ଅଛନ୍ତି । ତେବେ ଖଟ ତଳେ ତମ୍ବା ପାତ୍ରରେ ପାଣି କିମ୍ବା ତକିଆ ତଳେ ଲାଲ ରଙ୍ଗର ଚନ୍ଦନ କାଠ ରଖନ୍ତୁ ।
– ଯଦି ଚନ୍ଦ୍ରମାଙ୍କ ସ୍ଥିତି ଠିକ୍ ନାହିଁ ତେବେ ଖଟ ତଳେ ଚାନ୍ଦି ପାତ୍ରରେ ପାଣି ଅଥବା ତକିଆ ତଳେ ଚାନ୍ଦି ମୁଦି ରଖି ଶୋଇବା ଦ୍ୱାରା ଖୁବ୍ ଲାଭ ହୋଇଥାଏ ।
– ଯଦି ମଙ୍ଗଳ ଦୋଷ କାରଣୁ ଜୀବନରେ ଅସୁବିଧା ଦେଖାଦେଉଛି, ତେବେ ଖଟ ତଳେ କଂସା ବାସନରେ ପାଣି ଭରି ରଖନ୍ତୁ । ଏବଂ ସୁନା କିମ୍ବା ଚାନ୍ଦିରେ ଅଳଙ୍କାର ତକିଆ ତଳେ ରଖି ଶୁଅନ୍ତୁ । ଏହାଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇଥାଏ ।
– ବୁଧ ଗ୍ରହ ସମ୍ବନ୍ଧିତ ଶୁଭ ଫଳ ପାଇବାକୁ ହେଲେ ତକିଆ ତଳେ ସୁନା କିମ୍ବା ରୂପା ଜିନିଷ ରଖି ଶୁଅନ୍ତୁ ।
– ଯଦି ଗୁରୁ ଗ୍ରହ ପାଇଁ ଜୀବନରେ ସମସ୍ୟା ଉପୁଜୁଛି ତେବେ ଖଟ ତଳେ ପିତ୍ତଳ ବାସରେ ପାଣି ଭରି ରଖନ୍ତୁ । ଏବଂ ହଳଦିଆ କପଡାରେ ଗୋଟୋ ହଳଦୀ ବାନ୍ଧି ତକିଆ ତଳେ ରଖ ଦିଅନ୍ତୁ । ଏହା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ ।
– ଯଦି ଶୁକ୍ର ଗ୍ରହ ଅଶୁଭ ଫଳ ଦେଉଛନ୍ତି ତେବେ ଚାନ୍ଦିରେ ନିର୍ମିି ମାଛକୁ ତକିଆ ତଳେ ରଖନ୍ତୁ । ଏବଂ ଚାନ୍ଦି ବାସରେ ଖଟ ତଳେ ପାଣି ଭରି ରଖିବା ଦ୍ୱାରା ଲାଭ ହୋଇଥାଏ ।
– ଶନିଙ୍କ ପାଇଁ ଲୁହା ବାସରେ ପାଣି ଭରି କରି ଖଟ ତଳେ ରଖନ୍ତୁ । ଏହାଦ୍ୱାରା ଗ୍ରହ ଦୋଷ ନିବାରଣ ହୋଇଥାଏ ।