ଶ୍ରୀନଗର(ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀର ପୁଲୱାମା ଜିଲ୍ଲାରେ କାକାପୋରାରେ ଅଂଚଳରେ ପୋଲିସ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ୩ଜଣ ଆତଙ୍କବାଦୀଙ୍କୁ ଯବାନମାନେ ଘେରି ରହିଥିବାବେଳେ ଏହାସହ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଉଭୟ ପକ୍ଷରୁ ଏବେ ସୁଦ୍ଧା ଗୁଳିବିନିମୟ ଜାରି ରହିଛି ।
ପୁଲଓ୍ୱାମାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ଘର କବାଟ ଝରକା ବନ୍ଦ କରିବା ପାଇଁ ଅପିଲ କରାଯାଇଛି । ଗୋଟିଏ ଘର ଭିତରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘୋରାବନ୍ଦୀ କରିଥିଲେ । ଏହାପରେ ସୁରକ୍ଷାକର୍ମୀ କାକାପୋରା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ଆତଙ୍କବାଦୀମାପେ ପ୍ରଥମେ ନିଜକୁ ବିପଦରେ ଦେଖି ଯବାନମାନଙ୍କ ଉପରୁ ଗୁଳିଚାଳନ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ ।ବର୍ତ୍ତମାନ ସୁଦ୍ଧା ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଏଥିରେ ଆତଙ୍କବାଦୀମାନେ ଏକ ବଡଧରଣର କାର୍ଯ୍ୟକଳାପ ବାବଦରେ ଷଡଯନ୍ତ୍ର କରୁଥିବାର ଜଣାପଡିଛି ।