ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁଇ ଦିନଆ ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡିଶା ଗସ୍ତର ଆଜି ଶେଷ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଖଥି ଭାବେ ଯୋଗ ଦେବେ ।ଏନେଇ କ୍ୟାମ୍ପସର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସମାବର୍ତ୍ତନ ଉତ୍ସବରେ କୋଭିଡ ଗାଇଡ ଲାଇନ ପାଳନ କରାଯିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବଦଳାଇ ୨୦୦ ଲୋକଙ୍କ ମଧ୍ୟରେ ସୀମିତ ରଖିବା ପାଇଁ ଅନୁମତି ଦିଆଯାଇଛି । ଏପରିକି ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ମଧ୍ୟ ବସିବା ପାଇଁ ଅନୁମତି ଦିଆଯିବ ନାହିଁ ।
ବିଶ୍ୱବିଦ୍ୟାଳୟର ୫୦ତମ ପୂର୍ତ୍ତି ଅବସରରେ ୫ଜଣ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନଜନକ ଡିଇଲିଟି ଉତ୍ପାଦ ପ୍ରଦାନ କରିବେ ଉପରାଷ୍ଟ୍ରପତି ।ରିଜର୍ଭ ବ୍ୟାଙ୍କର ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫଇଣ୍ଡିଆ ଗିରୀଶଚନ୍ଦ୍ର ମୁର୍ମୁ,ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା,ଭାଭା ଆଟୋମିକ୍ରିସର୍ଚ୍ଚ ସେଣ୍ଟରର ନିଦ୍ଦେଶକ ଅଜିତ କୁମାର ମହାନ୍ତି,ଓଡିଶା ଆଦର୍ଶ ବିଦ୍ୟାଳୟା ସଂଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ ।
କରୋନା କୋପ ରାଜ୍ୟରେ ବଢ଼ୁଥିବା ବେଳେ ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ବାଣିବିହାରର ୨ ପ୍ରମୁଖ ଗେଟ୍କୁ ବନ୍ଦ କରିବା ସହ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।ପ୍ରତ୍ୟେକ ରାଜ୍ୟରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା ଦରକାର । ପ୍ରାଥମିକ ସ୍ତର ପର୍ୟ୍ୟନ୍ତ ବିଦ୍ୟାଳୟ ଶିକ୍ଷା ମାତୃଭାଷା ବା ସ୍ଥାନୀୟ ଭାଷାରେ ହେବା ଆବଶ୍ୟକ ।