ଭୁବନେଶ୍ୱର(ଏଟିିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯେତେ ସତର୍କ ହେଲେ ମଧ୍ୟ ଲୋକମାନେ ସତର୍କ ହେଉନାହାନ୍ତି । ତେଣୁ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି ।
ଏଣିକି ରାଜଧାନୀ ଭୁବନେଶ୍ୱରରେ ପ୍ରଚାରଧର୍ମୀ କାର୍ଯ୍ୟ୍ରକର୍ମ,ବିଭିନ୍ନ ସମାବେଶ ବା ସମ୍ମିଳନୀ ହୋଇପାରିବ ନାହିଁ । ଏଥିସହିତ ସାମାଜିକ ଉତ୍ସବ,ବାର୍ଷିକ ଉତ୍ସବ,ଓ କୈାଣସି ଅନୁଷ୍ଠାନ ପକ୍ଷରୁ ଶତବାର୍ଷିକ ,ଓ ଶିକ୍ଷାନୁଷ୍ଠାନମାନଙ୍କରେ ବାର୍ଷିକ ଉତ୍ସବ ପାଇଁ ବାରଣ କରାଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କତ୍ତୃପକ୍ଷ ୧୦୦ ରୁ କମ୍ ଲୋକଙ୍କ ମଧ୍ୟରେ ସମାବେତ ହେଇଥିବା କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି । ସେହିପରି ବିବାହ ଉତ୍ସବ ପାଇଁ ଅତିବେଶିରେ ୧୦୦ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ଲୋକ ଯୋଗ ଦେଇପାରିବେ । ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ବିଏମସି ପାଖରୁ ଅନୁମତି ନେବାକୁ ପଡିବ ।ବିଏମସି ପକ୍ଷରୁ ଏଭଳି ଗାଇଡଲାଇନ ଜାରି ହୋଇଥିବାବେଳେ ଆସନ୍ତା ୬ତାରିଖଠାରୁ ଏହା କଡାକଡି ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ବିଏମସି ପକ୍ଷରୁ ଅନେକ ସ୍ଥାନରେ ଯାଞ୍ଚ କରାଯିବା ସହ ନିୟମ ଉଲ୍ଲଘଂନ କରୁଥିବା ଦୋକାନୀମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ବିଶାଲ ମେଗା ମାର୍ଟକୁ ସିଲ କରାଯିବା ସହ ରାମ ମନ୍ଦିରନିକଟରେ ଚଢାଉ କରାଯାଇଛି । ଏଥିସହ ଖାଦ୍ୟର ମାନ ସହ ପରିସ୍କାର ଓ ପରିଚ୍ଛନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।