ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଏହି ଜିଲ୍ଳା ମାନଙ୍କ ମଧ୍ୟରେ ରହିଛି ସମ୍ବଲପୁର,ବଲାଙ୍ଗିର,ନୂଆଗଡା,ସୁନ୍ଦରଗଡ,ଝାରସୁଗୁଡା,କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ,ମାଲକାନଗିରି,ଓ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏପ୍ରିଲ ୫ ତାରିଖରୁ ଏହି ନିର୍ଦ୍ଦେଶକୁ ପାଳନ କରାଯିବ ।
ଏହି ଜିଲ୍ଲା ଗୁଡିକରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଚାଲୁରହିବା ସହ ସବୁ ଶିଳ୍ପ ଓ କଳକାରଖାନାମାନ ଚାଲୁ ରହିବ । ଗତ କିଛି ଦିନ ହେବ ଛତିଶଗଡ,ଝାଡଖଣ୍ଡ,ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ ରାଜ୍ୟ ସରକାର ।
ଅନ୍ୟପଟେ ଏହି କର୍ଫ୍ୟୁ ସମୟରେ ସବୁ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ଅଫିସ ବନ୍ଦ ରହିବ । ସାଧାରଣ ଲୋଙ୍କ ଚଲାବୁଲା ଓ ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ବାଦ ଦିଆଯାଇଛି ।