ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶନିବାର କଟକଣା କଡାକଡି ପାଇଁ ଘୋଷଣା କରିଥିଲା । ଏହାପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କରୋନା ସଂକଟରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ।
କେଜ୍ରିୱାଲ କହିଛନ୍ତି କି, ଆମ ସମସ୍ତଙ୍କୁ କରୋନା ପ୍ରୋଟୋକଲ ଫଲୋ କରିବାକୁ ହେବ । ଆମ ସୁରକ୍ଷା ଆମ ହାତରେ । ମାସ୍କ ପିନ୍ଧନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହାବ୍ୟତିତ କୌଣସି ଜରୁରୀ କାମ ହେଲେ ଘରୁ ବାହାରନ୍ତୁ । ବାସ୍ ଆଉ କିଛି ଦିନର କଥା । ଯେଉଁଭଳି ଭାବେ କରୋନାର ପୂର୍ବ ଲହରି ଯାଇଛି ଏ ଲହରି ମଧ୍ୟ ଚାଲିଯିବ ।
ସେ ଅହୁରି ମଧ୍ୟ କହିଛନ୍ତି କି, ଆମେ ଲକଡାଉନ୍ ଲଗାଇବାକୁ ଚାହୁଁନାହୁଁ । କିନ୍ତୁ କିଛି କଟକଣା କଡାକଡି କରିବା ପାଇଁ ନର୍ଦ୍ଦେଶ ଦେଇଛୁ । ଯେପରିକି ବସରେ ୫୦ ପ୍ରତିଶତ ଯାତ୍ରୀ, ମେଟ୍ରୋରେ ୫୦ ପ୍ରତିଶତ ଲୋକ ଯାତ୍ରା କରିପାରିବେ । ଏହି କଟକଣା କେବଳ ଆପଣଙ୍କ ସୁରକ୍ଷା ପାଇଁ ହିଁ ଲଗାଯାଇଛି ।