ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଟୀକାକରଣ ଅଭିଯାନ ଜାରି ରହିଥିବା ବେଳେ ଏବେ ରାଜ୍ୟରୁ ଟୀକା ଅଭାବ ହୋଇଛି । ଯେଉଁଥିପାଇଁ ବନ୍ଦ ହୋଇଛି ୯୦୦ ଟୀକାକରଣ କେନ୍ଦ୍ର । ରାଜ୍ୟରେ ଯେତିକି ମାତ୍ରରେ ଟୀକା ଉପଲବ୍ଧ ଅଛି ତାହାକୁ ନେଇ ଆଜି ୫୭୯ କେନ୍ଦ୍ରରେ ଟୀକାକରଣ କରାଯାଉଛି । ରାଜ୍ୟରେ ଏବେ କେଭିସିଲ୍ଡର ୨ ଲକ୍ଷ ୩୩ ହଜାର ଡୋଜ ଏବଂ କୋଭାକ୍ସିନର ୭୭ ହଜାର ୯୬୦ ଟୀକା ମହଜୁଦ ଅଛି ।
ଅନ୍ୟପଟେ ଆଜିଠୁ ଦେବଶବ୍ୟାପି ୪ ଦିନିଆ ଟୀକା ଉତ୍ସବ ପାଳନ ହେଉଛି । ଏହାର ଲକ୍ଷ୍ୟ ଜିରୋ ୱେଷ୍ଟେଜ୍ ଏବଂ ସଚେତନତା । ରାଜ୍ୟରେ ଟୀକା ଅଭାବ ହେତୁ ରାଜ୍ୟର ସମସ୍ତ ଟୀକାକରଣ କେନ୍ଦ୍ରରେ ଟୀକାକରଣ ହୋଇ ପାରୁ ନାହିଁ । ମାତ୍ର କିଛି କେନ୍ଦ୍ରରେ ଟୀକାକରଣ ଚାଲିଛି । ଯଦି ଆସନ୍ତାକଲି ଟୀକା ନଆସେ ତେବେ ଅଧିକାଂଶ ଜିଲ୍ଲା ଷ୍ଟକ ଆଉଟ ହୋଇଯିବ ।