ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପୁଣି ଦ୍ରୁତ ଗତିରେ କାୟା ମେଲାଉଛି କରୋନା । ଏହାକୁ ଦୃଷ୍ଟିରେ ରଖି ଦେଶକୁ ଆଉ ଏକ ଟୀକା ଆସିବାର ସମ୍ଭାବନା ରହିଛି । ଦେଶରେ ଅନେକ ରାଜ୍ୟରେ କରୋନା ଟୀକା ଅଭାବ ଦେଖା ଦେଉଥିବାରୁ ଏକ୍ସପର୍ଟ କମିଟି ସୋମବାର ସ୍ଫୁଟିନିକ ଭି ର ଜରୁରୀକାଳୀନ ବ୍ୟବହାରକୁ ନେଇ ବୈଠକ କରିବ ।
ସୂଚନାଯୋଗ୍ୟ, ଦେଶରେ ଜାନୁଆରୀ ମାସରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ଏପର୍ଯ୍ୟନ୍ତ ୧୦,୪୫,୨୮,୫୬୫ ଲୋକଙ୍କୁ ଟୀକା ଲଗା ଯାଇ ସାରିଲାଣି । ଦେଶରେ ଯେଉଁ ଦୁଇଟି ଟୀକା ବ୍ୟବହାର କରାଯାଉଛି ତାହା ହେଊଛି କୋଭାକ୍ସିନ ଏବଂ କୋଭିସିଲ୍ଡ । ଏହାସହିତ ଚଳିତ ବର୍ଷ ଦେଶକୁ ଆଉ ପାଞ୍ଚୋଟି ଟୀକା ଆସିବ ବୋଲି ଶୁଣିବାକୁ ମିଳୁଛି ।