ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ର କରୋନା ଚିହ୍ନଟ ହୋଇଥିବାର ଜଣାପଡିଛି । ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବ।। ଗୋଟେ ଦିନ ପରେ ଆଉ ୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିôବାର ସୂଚନା ମିଳିଛି ।
ନୂତନ ରୋଗୀମାନେ ରାସାୟନିକ ବିଜ୍ଞାନର ୨ଛାତ୍ର,ଏମସସର ୧,ଓ ଅର୍ଥନୀତି ବିଭାଗରୁ ୧ ଲେଖାଏଁ ଚିହ୍ନଟ ହେବାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ୨୦୦୦ମୁହାଁ କରୋନା ସଂକ୍ରମଣ ହେବାକୁ ଲାଗିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୭୪୧ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ ଜଣ ଓ ୭୨୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।