ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ହେବ ବଲିଉଡ ଅଭିନେତା ବିବେକ୍ ଓବରାୟ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଲା ପରେ ଏବେ ଟିଭି ଏବଂ ୱେବ୍ ସିରିଜ୍ ରେ କାମ କରୁଛନ୍ତି । ଖୁବ୍ ଶୀଘ୍ର ବିବେକ୍ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ରାମାବାଜ-୩’ ରେ ନଜର ଆସିବେ । ନିକଟରେ ଏକ ପ୍ରେସ ମିଟ୍ରେ ବିବେକ୍ କହିଥିଲେ କି, ସେ ଏହି ଶୋ’ରେ କାମ କରନ୍ତୁ ବୋଲି ତାଙ୍କ ପତ୍ନୀଙ୍କର ବିଲକୁଲ୍ ଇଛା ନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛରେ କାରଣ କ’ଣ ରହିଛି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଷ୍ଟଣ୍ଟ କଲେ ବି ମୋ ପତ୍ନୀଙ୍କର କୌଣସି ଅସୁବିଧା ହୁଏ ନାହିଁ । କିନ୍ତୁ ଯଦି ମୁଁ ଇଣ୍ଡିଆଜ୍ ବେଷ୍ଟ ଡ୍ରାମାବାଜରେ କାମ କରୁଛି ଏହାଦ୍ୱାରା ମୋ ପତ୍ନୀଙ୍କର ଚିନ୍ତା ବଢିଯାଇଥାଏ । ଏହାର କାରଣ ଜାଣିଲା ପରେ ଆପଣ ନ ହସି ରହିପାରିବେ ନାହିଁ ।
ଯେତେବେଳେ ବିବେକ୍ ଇଣ୍ଡିଆଜ୍ ବେଷ୍ଟ ଡ୍ରାମାବାଜ୍ ଶୋ’ର ପ୍ରଥମ ସିଜିନ୍ ରେ କାମ କରିଥିଲେ, ସେତେବେଳେ ତାଙ୍କ ପୁଅ ଜନ୍ମ ହୋଇଥିଲା । ତାପରେ ଦ୍ୱିତୀୟ ସିଜିନ୍ ରେ ଝିଅ ହେଲା । ଏବେ ଯେତେବେଳେ ସେ ଏହି ଶୋ’ର ସିଜିନ୍-୩ କରିବାକୁ ଯାଉଛନ୍ତି ଏହାକୁ ନେଇ ତାଙ୍କ ପତ୍ନୀ ସିଧାସଳଖ ମନା କରିଦେଇଛନ୍ତି କି ବହୁତ ହେଇଗଲା । ଆଉ ପିଲା ଆବଶ୍ୟକ ନାହିଁ ।