ବୁର୍ଲା(ଏଟିଆର ବ୍ୟୁରୋ): ବୁର୍ଲା ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ । କରୋନା ସ୍ଥିତି ସମୀକ୍ଷା ପରେ ଭୀମସାରରେ ହସ୍ପିଟାଲରେ କରୋନର ସ୍ଥିତି ସମୀକ୍ଷା ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ ସଚରେଶ ମହାପାତ୍ର । ପଶ୍ଚିମ ଓଡିଶାରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଆଜି ସମ୍ବଲପୁର ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର ।
ଆଜି ମୁଖ୍ୟ ଶାସନ ସଚିବ ସମ୍ବଲପୁରରେ ପହଂଚି କରୋନାର ସ୍ଥିତି ସମ୍ପକରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ତେମେ ଭୀମସାର ମେଡିସିନ ବିଭାଗରେ ଥିବା କୋଠରିରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ୧୦ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ହସ୍ପିଟାଲାର ୫୦ ଟି ଆଇସିୟୁ ସହିତ ୨୫୦ ଟସି ସାଧାରଣ ବେଡ ରହିଛି ।
ପୂର୍ବରୁ ଭୀମସାରରେ କୋଭିଡ ହସ୍ପିଟାଲରେ ୧୨୦ ଟି ବେଡ୍ଥିବାବେଳେ ଏଥିରେ ୧୦୫ ଟି ବେଡକୁ ବୃଦ୍ଧି କରାଯାଇଛି ।ଏଥିରେ ୫୦ ଟି ଆଇସିୟୁ ଓ ୧୭୫ଟ ଶର୍ଯ୍ୟା ଥିବାବେଳେ ଚେଷ୍ଟା କରାଯାଉଛି ଯେ ବୁର୍ଲା ଭିମସାରରେ ୫୨୫ ଟି ବେଡ ରହିବ । ଏହା ବ୍ୟତୀତ ମେଡିସିନ ଓ ଜିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଛି ।