ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିବାବେଳେ ହଠାତ ଗତକାଲି ଏକ ଦୁଃଖଦ ଘଟଣା ଘଟିଛି । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ନିର୍ବାଚନ ସ୍ଥଗିତ ରହିଥିବା ରିଟର୍ଣ୍ଣଂ ଅଫିସର ପ୍ରଦୀପ ସାହୁ । ନିର୍ବାଚନ କମିଶନର ନୂଆ ତାରିଖ ଘୋଷଣା କରିବେ ।
ପିପିଲି ଆସନ ପାଇଁ ପ୍ରାର୍ଥାପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବାବେଳେ କଂଗ୍ରେସ ପାଇଁ ନୂତନ ପ୍ରାର୍ଥ୍ରୀ ଦେବାକୁ ସୁଯୋଗ ମିଳିବ । ନିର୍ବାଚନ କମିଶନର ଯେଉଁ ତାରିଖ ଘୋଷଣା କରିବେ ତାର ୭ ଦିନ ମଧ୍ୟରେ ନୋମିନେସନ ଫାଇଲ ହେବ ।ଅତିକମରେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୫ ଦିନ ସୁଯୋଗ ଦିଆଯିବ ।
ପିପିଲି ଉପନିର୍ବାଚନ ତାରିଖ ଯେବେ ବି ଘୋଷଣା ହେବ ତାହା ପରେ ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।