ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନାର ଦ୍ୱିତୀୟ ଲହର ରାଜ୍ୟରେ କାୟା ମେଲାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠୁ ସମସ୍ତ ସହରାଞ୍ଚଳରେ ଲାଗୁ ହେବ କର୍ଫ୍ୟୁ । ଏନେଇ ମୁଖ୍ୟ ଶାସନ ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ।
ଅନ୍ୟପଟେ ପୂର୍ବରୁ ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାରେ ଲାଗୁକରାଯାଇଥିବା ନାଇଟ୍ କର୍ଫ୍ୟୁରେ ପରିବର୍ତ୍ତନ କରାଯାଇଛି । ଛତିଶଗଡ ସୀମାନ୍ତ ଜିଲ୍ଲା ତଥା ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରବଡ, ନୂଆପଡା, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରିରେ ସନ୍ଧ୍ୟା ୬ଟାରୁ ସକାଳ ୫ଟାଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହାସହିତ ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ ।
ଓଡିଶାର ଅନ୍ୟ ୨୦ ଟି ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଯେଉଁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବାକୁ ଯାଉଛି ତାହା ରାତି ୯ଟାରୁ ଭୋଟ ୫ଟା ପର୍ଯ୍ୟନ୍ତ ଜାରି ରହିବ । ନାଇଟ୍ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଜାରି ରହିବ । କର୍ଫ୍ୟୁ କଡାକଡି ହେବ । ଅତ୍ୟାବଶ୍ୟକ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ।