ଜାପାନ (ଏଟିଆର ବ୍ୟୁରୋ): ଶୁକ୍ରବାର ଜାପାନ ଶିନମୋରେ ଥିବା ଜ୍ୱାଳାମୁଖୀ ରୁ ଉତ୍ତପ୍ତ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିବା ଜଣାପଡିଛି ।
ଜାପାନ ପାଣିପାଗ ବିଭାଗଙ୍କ କହିବାନୁସାରେ, ଏହି ଜ୍ୱାଳାମୁଖୀ ର ବିସ୍ଫୋଟ ଏପ୍ରିଲରେ ହେଉଥିବା ତୀବ୍ରତା ସହିତ ସମାନ ଥିଲା ବୋଲି ସିହ୍ନୁଆ ସମାଚାର ଏଜେଂସୀର ରିପୋର୍ଟରୁ ଜଣାପଡିଛି ।
କାଗୋଶିମା ଓ ମିୟାଜାକୀ ଉଭୟ ମଧ୍ୟରେ ମାଉଂଟ ଶିନମୋରେ ରହିଛି ଏହି ଜ୍ୱଲାମୁଖୀ । ପାଖାପାଖି ୧,୪୨୧ ମିଟର ଉଚ୍ଚରେ ଅବସ୍ଥିତ । ମାଉଂଟ ଶିନମୋ ଜାପାନର ୫୦ଟି ସକ୍ରିୟ ଜ୍ୱାଲାମୁଖୀ ମଧ୍ୟରୁ ଏହା ଅନ୍ୟତମ ।