ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମାମଲା ବୃଦ୍ଧି ମଧ୍ୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ଭିିଡିଓ କନଫରେସିଙ୍ଗ ଜରିଆରେ ୧୧ ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସହିତ କରୋନା ସ୍ଥିତିକୁ ନେଇ ବୈଠକ କରିଛନ୍ତି । ଏହି ବୈଠକେର ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି ଥରେ ଦାବି କରିଛନ୍ତି କି, ଦେଶରେ ଟୀକାର କୌଣସି ଅଭାବ ନାହିଁ ।
ସେ କହିଛନ୍ତି କି, ଦେଶରେ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟ ଗୁଡିକୁ ଟୀକାର ୧୪ କୋଟି ୧୫ ଲକ୍ଷ ଡୋଜ ସପ୍ଲାଇ କରାଯାଇଛି । ସମସ୍ତ ରାଜ୍ୟରେ ପାଖାପାଖି ୧୨ କୋଟି ୫୭ ଲକ୍ଷ ୧୮ ହଜାର ଟୀକାର ଡୋଜ ବ୍ୟବହାର କରାଯାଇଛି । ବର୍ତ୍ତମାନ ସମୟରେ ରାଜ୍ୟ ଗୁଡିକରେ ଏକ କୋଟି ୫୮ ଲକ୍ଷ ଡୋଜ ଉପଲବ୍ଧ ଅଛି ଏବଂ ସପ୍ଲାଇ ମଧ୍ୟରେ ଟୀକାର ଏକ କୋଟି ୧୬ ଲକ୍ଷ ୮୪ ହଜାର ଡୋଜ ରହିଛି । ଟୀକାର କୌଣସି ଅଭାବ ନାହିଁ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳୟ ମୁତାବକ, ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଟୀକା ଦିଆଯିବା ସହିତ ଦେଶରେ ଦିଆଯାଇଥିବା କରୋନା ଟୀକା ଡୋଜର ସଂଖ୍ୟା ୧୨ କୋଟିରେ ପହଁଚିଛି । ମୋଟ ୬୬ ହଜାର ୬୮୯ ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି । ଦେଶରେ ଦିଆଯାଇଥିବା କୋଭିଡ୧୯ ଟୀକାର ସଂଖ୍ୟା ୧୧,୯୯,୩୭,୬୪୧ ରେ ପହଁଚିଛି ।