ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ତାତିର ପ୍ରକୋପ ରହିବ । ରାଜଧାନୀ ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସହ ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ ।
ଶନିବାର ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବାରିପଦାରେ ୪୦ଡିଗ୍ରୀ,ମାଲକାନଗିରିରେ ୪୦,ଟିଟିଲାଗଡରେ ୪୦.୨,ଝାର ବର୍ତ୍ତମାନ ସାମୁଦ୍ରିକ ପବନ ନିଷ୍କ୍ରିୟ ଥିବାବେଳେ ପାଗ ଖରାଟିଆ ରହୁଛି । ଆକାଶ ମେଘମୁକ୍ତ ରହିବ । ତେଣୁ ସପ୍ତାହେ ପର୍ୟ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ ।ସୁଗୁଡାରେ ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀର ଆଶଙ୍କା ରହିଛି ।
ଆଜିଠାରୁ ୨୧ ତାରିଖ ପର୍ୟ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, କେରାପୁଟ, ମାଲକାନଗିରି, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।ବର୍ଷା ଓ ଘଡଘଡି ହେବା ସହ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ବହିବ । ୨୪ରୁ ପୁଣି ବଢ଼ିବା ସହ ୨୫ ତାରିଖ ସୁଦ୍ଧା କେତେକ ସ୍ଥାନରେ ଆଉ ୨ ଡିଗ୍ରୀ ବଢ଼ିପାରେ । ଫଳରେ ୨୫ ତାରିଖ ସୁଦ୍ଧା କେତେକ ସ୍ଥାନରେ ପାରଦ ଆଉ ୨ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି ।