ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ରବିବ ାର ଦିନ ୫ଟି ସହରର ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୪୨ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଅସେନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର କିଛଇ କିଛି ସ୍ଥାନରେ ପାରଦର ସ୍ତର ୪୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ।ଏହାସହ ଭବାନୀପାଟଣା,ବୈାଦ୍ଧ,ମାଲକାନଗିରି ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆକୁ ଏହି ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଜ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ୨ ଦିନ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଆସନ୍ତାକାଲିଠାରୁ କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାରେ ସମ୍ଭାବନା ରହିଛି ।ଏହି ସମୟରେ ପବନର ବେଗ ୩୦ ରୁ ୪୦ କିମକି ରହିବ । ସେହିପରି କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ଗଜପତି,ଗଞ୍ଜାମ,କନ୍ଧମାଳ,କଳାହାଣ୍ଡି,ଓ ରାୟଗଡାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିପାରେ । ସୁବର୍ଣ୍ଣପୁରରେ ୪୧.୮,ମାଲକାନଗିରିରେ ୪୦.୫,ବୈାଦ୍ଧରେ ୪୦.୫,ଭବାନୀପାଟଣାରେ ୪୦.୨,ସମ୍ବଲପୁରରେ ୩୯,ନୟାଗଡରେ ୩୯,ଭୁବନେଶ୍ୱରରେ ୩୮.୬,କଟକରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।