ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ସମୟରେ କୋଭିଡ ଔଷଧକୁ ନେଇ କଳାବଜାରୀ ରୋକିବାକୁ ରାଜ୍ୟ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପସ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବାଞ୍ଚ ଅତିରିକ୍ତ ଡିଜି ଯଶବନ୍ତ କେଠୱା ।
ଯଶବନ୍ତ କହିଛନ୍ତି ଟ୍ୱିନ ସିଟି ଅର୍ଥାତ କଟକ ଓ ଭୁବନେଶ୍ୱର ସିଟି ପାଇଁ ୭ ଟି ପାକିଂ ସ୍କ୍ୱାଡ୍ ଗଠକ କରାଯାଇଥିବାବେଳେ ଅନ୍ୟ ଅଞ୍ଚଳ ପାଇଁ ୧୫ ଟି ଚଢାଉ ଟିମ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ଦୃଷ୍ଟିରେ ସୁନ୍ଦରଗଡ,ରାଉରକେଲା,ବାଲେଶ୍ୱର,ବରଗଡ,ଓ ବ୍ରହ୍ନପୁର ଆଦି ସହର ରହିଛି । ସାରା ରାଜ୍ୟରେ ମୋଟ ୨୩ ଟି ଟିମ ଗଠନ ହୋଇ ଚଢାଉ କରାଯାଇଛି ।
କଳାବଜାରୀ ଔଷଧକୁ ରୋକିବା ନେଇ ମେଡିସିନ ଷ୍ଟକିଷ୍ଟ,ଯୋଗାଣ, ଓ ପ୍ରସ୍ତୁତିକାରୀ କମ୍ପାନୀର ବୈଧ୍ୟତା ଉପରେ ଯାଞ୍ଚକରାଯିବ । ଏନେଇ ଜିଲ୍ଲା ସ୍ତରରେ ଏସପି ଓ ଡିଆଇଜି ତଦାରଖ କରିବେ । ସେହିପରି ଟ୍ୱିନ ସିଟିରେ ଏସଟିଏଫ,ଡିଆଇଜି,କ୍ରାଇମବାଞ୍ଚଆଇଜି,ଡ୍ରଗ କଣ୍ଟୋଲର ପୁଲିସ କମିସନରେଟ ମଳି ବରିଷ୍ଠ ଅଧିକାରୀ ରହିବେ । ଔଷଧ ବିତରଣ, ବିକ୍ରି ଓ ବୈଧତା ନେଇ ଥିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ।