ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ କରୋନା ମହାମାରୀ ପାଇଁ ବାତିଲ ହେଲା ଆଇସିଏସଇ ବୋର୍ଡ ପରୀକ୍ଷା । ସିବିଏସି ବରେ ଏବେ ଆଇସିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସିଆଇଏସସିଇ ନିଷ୍ପତ୍ତି ନେଇଛନ୍ତି । ସେପଟେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ମଧ୍ୟ ସ୍ଥିର ରହିଛି ।
ଆସନ୍ତା ମେ ୪ ରେ ଆଇସିଏସଇ ବୋର୍ଡ ପରାକ୍ଷା ଆରମ୍ଭ ହୋଇ ଜୁନ୍ ୭ ରେ ଶେଷ ହେବ ବୋଲି ସ୍ଥିର କରାଯାଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୮ ରୁ ଜୁନ ୧୮ ପର୍ଯ୍ୟନ୍ତ ଚାଲିଥାନ୍ତା । କିନ୍ତୁ ଏବେ ବୋର୍ଡ ପରୀକ୍ଷାକୁ ବାତିଲ କରାଯିବା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବା ସହ ଜୁନ ମାସରେ ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।
ଅନ୍ୟପଟେ ଏକାଦଶ ଶ୍ରେଣୀରେ ନାମ ଲେଖା ପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଏହା ସହ ଦ୍ୱାଦଶ ଶ୍ରେଣି ପିଲାମାନଙ୍କର ତୁରନ୍ତ ଅନଲାଇନ କ୍ଲାସ ଆରମ୍ଭ କରିବା ପାଇର୍ କୁହାଯାଇଛି ।