ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ନିଜର ସ୍କୁଲ ଡ୍ରେସ ପିନ୍ଧି ନବୀନ ନିବାସ ସମ୍ମୁଖରେ ଏକାଠି ରୁଣ୍ଡ ହୋଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି ।ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ମୁଖ୍ରମନ୍ତ୍ରୀଙ୍କୁ ଭେଟି ଏହାର ଦାବି ଜଣାଇଛନନ୍ତି ।
ଛାତ୍ରଛାତ୍ରୀମାନଙ୍କ ଦାବି ରହିଛି ପୂର୍ବରୁ ସିବିଏସଇ ଦଶମ ପରୀକ୍ଷା ପରୀକ୍ଷା ବାତିଲ କରିସାରିଛି । ରାଜ୍ୟ ସରକାର ମଧ୍ୟ ପରୀକ୍ଷା ବାତିଲ କରନ୍ତୁ । ସିବିଏସଇ ଢାଞ୍ଚାରେ ସରକାର ପୂର୍ବ ପରି ପରୀକ୍ଷା କରି ପୂର୍ବ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରନ୍ତୁ ବୋଲି ପିଲାମାନଙ୍କ ଦାବି ରହିଛି । ନଚେତ ସରକାର ଯଦି ପରୀକ୍ଷା କରିବାକୁ ଚାହୁଛନ୍ତି ତେବେ ଅନଲାଇନ ମାଧ୍ୟମରେ ପରୀକ୍ଷା କରାଯିବ କି ଅଫଲାଇନ ମାଧ୍ୟମରେ ପରୀକ୍ଷା କରାଯିବ ଏନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ଏବଂ ଏହାସହ ଜୁନ ମାସ ପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇ ରଖିବା ଅନୁଚିତ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।
ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯଦି ପରୀକ୍ଷା ବାତିଲ ହେବ,ତେବେ କଣ କରାଯିବ ଓ କିପରି ଭାବେ ପରୀକ୍ଷା କରାଯିବ ସେ ବିଷୟରେ ତର୍ଜମା କରାଯିବ । ଏବଂ ସରକାର ଖୁବ୍ ଶୀଘ୍ର ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ଦେବେ ବୋଲି କହିଛନ୍ତି ।ଅନ୍ୟପଟେ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୃତ ନେବାରୁ ଛାତ୍ରଛାତ୍ରୀମାନେ ଧାରଣରୁ ଓହରିଥିଲେ ।