ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ୧୫ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇପାରେ । ମଙ୍ଗଳବାର ରାଜ୍ୟ ମନ୍ତ୍ରୀ ମଣ୍ଡଳ ବୈଠକରେ ସମସ୍ତ ମନ୍ତ୍ରୀ ମହାରାଷ୍ଟ୍ରର କରୋନାର ସ୍ଥିତିକୁ ସୁଧାରବା ପାଇଁ ଦାବି କରିଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।
ମନ୍ତ୍ରୀମଣ୍ଡଳ ବୈଠକ ପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟକକୁ ସାକ୍ଷାତ କରି କହିଛନ୍ତି କି, ସ୍ଥିତି ଗମ୍ଭୀର । ଆମେ ଅନେକ ସମସ୍ୟାର ସାମ୍ନା କରୁଛୁ । ସମସ୍ତ ମନ୍ତ୍ରୀ ସମ୍ପୂର୍ଣ୍ଣ ଏକଡାଉନ ସପକ୍ଷରେ ୍ଥିଲେ । ଏହି ମାମଲାର ଅନ୍ତିମ ନିଷ୍ପତି ମୁଖ୍ୟମନ୍ତ୍ରୀ ନେବେ ।
ମନ୍ତ୍ରୀମାନଙ୍କ କହିବାନୁଯାୟୀ, ଏହି ଉପାୟ ଆପଣାଇ କରୋନର ଚେନ୍ କୁ ଭଙ୍ଗା ଯାଇ ପାରିବ । ୧୫ ଦିନ ପୂର୍ବରୁ କଟକଣା କଡାକଡି କରାଯିବା ସହିତ ସପ୍ତାହନ୍ତ କର୍ଫ୍ୟୁ କରାଯାଇଥିଲା କିନ୍ତୁ ତାହାର କୌଣସି ପ୍ରଭାବ ଦେଖାଯାଉ ନାହିଁ । ବିନା କାରଣରେ ଲୋକେ ବାହାରେ ବୁଲୁଛନ୍ତି । ସେଥିପାଇଁ ଲକଡାଉନ୍ ନିହାତି ଆବଶ୍ୟକ ।