ନୂଆଦିଲ୍ଲୀ (ଏଟଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହିତ ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିବା ଉଚିତ୍ । ସେଥିପାଇଁ ଆପଣ ଆପଣଙ୍କ ନିୟମିତ ଡାଇଟରେ ସୁସ୍ଥ ଖାଦ୍ୟ ସାମିଲ କରିବା ଉଚିତ୍ । ଏଥିପାଇଁ ପୋଷକ ତତ୍ୱରେ ଭରପୁର ଖୀର ପିଇବା ସବୁଠାରୁ ଭଲ ବିକଳ୍ପ । ଯଦି ଆପଣ ଖୀରରେ କିଛି ଜିନିଷ ମିଶାଇ ପିଇବେ ତେବେ ଏହାଦ୍ୱାରା ଆପଣଙ୍କୁ ଦୁଇଗୁଣା ଫାଇଦା ମିଳିପାରେ । ତେବେ ଆସନ୍ତୁ ଜାଣିବା ଖୀରରେ କେଉଁ କେଉଁ ଜିନିଷ ମିଶାଇ ସେବନ କରି ପାରିବେ ।
ହଳଦୀ:- ହଳଦୀରେ ଆଣ୍ଟି-ଭାଇରସ, ଆଣ୍ଟି-କ୍ୟାନ୍ସର, ଆଣ୍ଟି-ବ୍ୟାକ୍ଟେରିଆଲ ଆଦି ଗୁଣ ଥାଏ । ସେହିପରି ଗରମ ଖୀରରେ ସାମାନ୍ୟ ହଳଦୀ ମିଶାଇ ପିଇବା ଦ୍ୱାରା ଇମ୍ୟୁନିଟି ବଢିବାରେ ସହାୟକ ହେବ ।
ଖଜୁରୀ:- ଏଥିରେ ଭିଟାମିନ୍, ଆୟରନ, ଫାଇବର, କ୍ୟାଲସିୟମ, ଆଣ୍ଟି-ଭାୟରାଲ, ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଛି । ଯଦିି ଆପଣ ନିୟମିତ ଶୋଇବା ପୂର୍ବରୁ ଖୀରରେ ଖଜୁରୀ ଫୁଟାଇ ସେବନ କରିବେ
ତେବେ ଏହାଦ୍ୱାରା ଇମ୍ୟୁନିଟଇ ବଢିବା ସହିତ କରୋନା ସହ ଲଢିବାର ଶକ୍ତି ମଧ୍ୟ ବଢିବ ।
ଡ୍ରାଏଫ୍ରୁଟ୍ସ:- ଏଥିରେ ପୋଷକ ତତ୍ୱ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ଏହାକୁ ସେବନ କରିବା ଦ୍ୱାରା ବିଭିନ୍ନ ଋତୁରେ ହେଉଥିବା ରୋଗରୁ ମୁକ୍ତିି ମିଳିବ । ସେହିପରି ଖୀରରେ ଡ୍ରାଏଫ୍ରୁଟ୍ସ ମିଶାଇ ସେବନ କରିବା ଦ୍ୱାରା ଆପଣଙ୍କୁ ଦୁଇଗୁଣା ଫାଇଦା ମିଳିବ । ଆପଣ ଚାହିଁଲେ ଡ୍ରାଏଫ୍ରୁଟ୍ସକୁ ପାଉଡର କରି ତାକୁ ଖୀରରେ ମିଶାଇ ସେବନ କରି ପାରିବେ ।
ଅଦା:- ଏଥିରେ ଭିଟାମିନ୍, ଆୟରନ, କ୍ୟାଲସିୟମ, ଆଣ୍ଟି-ଭାୟରାଲ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ରହିଛି । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବାରେ ସହାୟତା ମିଳିବ । ସେଥିପାଇଁ ଗରମ ଖୀର ଗୋଟେ ଛୋଟ ଚାମଚ ଅଦା ପେଷ୍ଟ ଫୁଟାଇ ଦିଅନ୍ତୁ । ଏହାପରେ ଖୀରକୁ ଛାଣି ସେବନ କରନ୍ତୁ ।