ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ପାଲଘର ବସଇରେ କୋଭିଡ ହସ୍ପିଟାଲ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ପ୍ରଭାବିତ ରୋଗୀଙ୍କୁ ନିକଟବର୍ତ୍ତି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଗୋଟେପଟେ କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି କୋଭିଡ ହସ୍ପିଟାଲରେ ନିଆଁ ଲାଗି କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ଦୁଃଖର କଳା ବାଦଲ ନେଇ ଆସିଛି ।