ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ ପୁର୍ନବାର କରୋନା ସ୍ରଂକମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ ଚିହ୍ନଟ ହୋଇନାହିଁ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ଏହି ଟ୍ରିପଲ ମ୍ୟୁଣ୍ଟାଣ୍ଟ ଛତିଶଗଡ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି । ଖୁବ୍ ଶୀଘ୍ର ବ୍ୟାପୁଛି ଏହି ନୂତନ ଭୂତାଣୁ । ଏହାସହିତ କୋଭିଡ ଟୀକା ଏହି ନୂତନ ଭୂତାଣୁକୁ ରୋକିବ କି ନାହିଁ ସେଥିପାଇଁ ଅନୁଧ୍ୟାନ ଚାଲିଛି । ଟୀକାର ଦ୍ୱିତୀୟ ଟୀକା ନେବା ପରେ ସଂକ୍ରମଣ କମ ହେବ ବୋଲି ଆଶଙ୍କା ରହିଛି । ସେଥିପାଇଁ ଟୀକାର ଦ୍ୱିତୀୟ ଡୋଜ ନେବାର ଆବଶ୍ୟକତା ରହିଛି ।