ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜଧାନୀ ଲକ୍ଷେ୍ନø ସମେତ ଅନେକ ଜିଲ୍ଲାରେ ଲଗାତର ଭାବେ ଅକ୍ସିଜେନ ଅଭାବ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ନିଷ୍ପତି ନେଇଛନ୍ତି । ଏଣିକି ଘରୋଇ ହସ୍ପିଟାଲ ଗୁଡିକରେ ହେବ ଅକ୍ସିଜେନ ଅଡିଟ । ଏଥିପାଇଁ ଆଇଆଇଟି କାନପୁର, ଆଇଆଇଟି ଲକ୍ଷେ୍ନø ଏବଂ ଆଇଆଇଟି ବିଏଚୟୁ କୁ ମନିଟରିଙ୍ଗ ଏବଂ ଅଡିଟ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ ଅତିରିକ୍ତ ମୁଖ୍ୟ ଗୃହ ସଚିବ ଅଭିନାଶ ଅବସ୍ଥି କହିଛନ୍ତି କି, ଅକ୍ସିଜେନର କଳାବାଜାରୀ ନେଇ ସରକାର ଏହି ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କୋଭିଡ ସମୟରେ ଉତ୍ପନ ହୋଇଥିବା ଅକ୍ସିଜେନର ସମସ୍ୟାରୁ ମୁକୁଳିବା ପାଇଁ ପ୍ରସ୍ତୁତ ହୋଇଥିବା ‘ଅକ୍ସିଜେନ ମନିଟରିଙ୍ଗ ସିଷ୍ଟମ ଫର୍ ୟୁପି’ ନାମକ ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା କାର୍ଯ୍ୟ ଆରମ୍ଭ କରାଯାଇଛି ।