ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଏବେ ଟୀକାକରଣ ଉପରେ ଅଧିକ ଫୋକସ ରହିଛି । ସେହିପରି ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆଜିଠୁ ପଞ୍ଜିକରଣ ଆରମ୍ଭ । ରାଜ୍ୟକୁ ଟୀକା ଆଣିବା ଲାଗି କମ୍ପାନୀମାନଙ୍କ ସହ ଆଲେଚନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମେ ୧ ପରେ ଯେବେ ଟୀକା ପହଁଚିବ ସେବେ ଟୀକାକରଣ ଆରମ୍ଭ ହେବ । ଏନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଅନ୍ୟପଟେ ଆଜି ରାଜ୍ୟରେ ଆଉ ୯୦ ହଜାର କୋଭିସିଲ୍ଡ ଟୀକା ଆସି ପହଁଚିବ । ମଙ୍ଗଳବାର ୬୫ ହଜାର ୭୭୬ ଜଣଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି ।