ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସ୍ଥିତି ଅଣାୟତ । ପ୍ରତ୍ୟେକ ଦିନ ସାଢେ ତିନି ଲକ୍ଷ ଉପରେ ମାମଲା ଚିହ୍ନଟ ହେଉଛନ୍ତି । ଯାହାଫଳରେ ହସ୍ପିଟାଲରେ ବେଡ ଅଭାବ ହେବା ସହ ଅକ୍ସିଜେନ୍ ସଙ୍କଟ ମଧ୍ୟ ଦେଖାଦେଇଛି । ଭାରତର ଏଭଳି ପରିସ୍ଥିତିକୁ ଦେଖି ଅନେକ ଦେଶ ଭାରତକୁ ସାହାଯ୍ୟ ପାଇଁ ହାତ ବଢାଉଛନ୍ତି । ଏହି କ୍ରମରେ ଆଜି ଆମେରିକାରୁ ୨୮୦ ଅକ୍ସିଜେନ କନସେନଟ୍ରେଟର ସମେତ ମେଡିକାଲ ସାମାଗ୍ରୀର ପ୍ରଥମ ବ୍ୟାଚ ଭାରତରେ ପହଁଚିଛି ।
ଏକ ଟ୍ୱିଟରେ , ଆମେରିକା ଦୂତାବାସ ମେଡିକାଲ ଉପକରଣର ଫଟୋ ସେୟାର କରି କହିଛି କି, ଆମେରିକାରୁ ଅନେକ ଜରୁରୀକାଳୀନ କୋଭିଡ୧୯ ଉପକରଣର ପ୍ରଥମ ବ୍ୟାଚ ଭାରତରେ ପହଁଚିଛି । ୭୦ ବର୍ଷରୁ ଅଧିକ ସମୟ ହେବ ଦୁଇ ଦେଶ ମଧ୍ୟରେ ଭାରତ ସହିତ ଆମେରିକା ଛିଡା ହୋଇଛି । କୋଭିଡ୧୯ ମହାମାରୀ ସହ ଆମେ ଏକାଠି ଲଢୁଛୁ ।