ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ବୁଧବାରଠୁ ବସ୍ ଚଳାଚଳ ବନ୍ଦ ରହିବ । ଲକଡାଉନ ଗାଇଡଲାଇନରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।
କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଶେଷ ବିକଳ୍ପ ଆପଣାଇଛନ୍ତି ଲକଡାଉନ । ସେଥିପାଇଁ ମେ ୫ ତାରିଖରୁ ମେ ୧୯ ତାରିଖ ଅର୍ଥତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଗାଇଡଲାଇନ ଅନୁସାରେ କେବଳ ଜରୁରୀ ସେବା ଜାରି ରହିବ । ଅନ୍ୟ ସବୁକିଛି ବନ୍ଦ ରହିବ । ସେହିଅନୁଯାୟୀ ରାଜ୍ୟରେ ବସ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।