ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଟୀକାକରଣ କରା ଯାଉଥିବା ବେଳେ ଏବେ ଟୀକା ଷ୍ଟୋରେଜକୁ ନେଇ ଏକ ଖବର ସାମ୍ନାକୁ ଆସୁଛି । ଏଣିକି ଆଉ ନଷ୍ଟ ହେବନି ଟୀକାର ଡୋଜ । ଟୀକାର ଷ୍ଟ୍ରୋରେଜକୁ ନେଇ ପରିବର୍ତ୍ତନ କରିଛି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ । ସେହିଅନୁସାରେ ଏବେ ଆଉ ଚାରି ଘଣ୍ଟା ପର୍ଯ୍ୟନ୍ତ ନୁହେଁ ବରଂ ପୁରା ୨୮ ଦିନ ଯାଏଁ ରହି ଯାଇଥିବା ଟୀକାର ଡୋଜକୁ ବ୍ୟବହାର କରାଯାଇ ପାରିବ । ଅବଶ୍ୟ, ଏହା ଜରୁରୀ ଯେ ଭଏଲରେ ଥିବା ଅବଶିଷ୍ଟ ଶମତ୍ରା ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ହୋଇ ପାରିବ । ଏହି ପରିବର୍ତ୍ତନ ଟୀକାକରଣର ମାତ୍ରା ନଷ୍ଟ ନହେବା ପାଇଁ ନୂତନ ସାମଗ୍ରୀରେ ପ୍ରତିଫଳିତ ହେବ । ରାଜ୍ୟଗୁଡିକୁ ସିଧା ସଳଖ ଟୀକା ଯୋଗାଉଛି ଭାରତ ବାୟୋଟେକ । ଯାହାକୁ ଏଭଳି ଭାବେ ସୁରକ୍ଷିତ ରଖାଯାଇ ପାରିବ ।
ଆଇସିଏମଆର ଏବଂ ପୁଣେ ସ୍ଥିତ ଏନଆଇଭି ବୈଜ୍ଞାନିକଙ୍କ ସହିତ ମିଳିତ ଭାବେ କୋଭାକ୍ସିନ ଟୀକା ପ୍ରସ୍ତୁତ କରିଥିଲା ଭାରତ ବାୟୋଟେକ । ଏହାର ଏକ ଭଏଲରେ ୨୦ ଟି ଡୋଜ ରହିଥାଏ । ଯାହାକୁ ଥରେ ଖୋଲିଲା ମାତ୍ରେ ଚାରି ଘଣ୍ଟା ମଧ୍ୟରେ ୨୦ ଟି ଡୋଜ ଶେଷ କରିବା ନିହାତି ଜରୁରୀ । ଯଦି ବ୍ୟବହର ନହୁଏ ତେବେ ଅବଶିଷ୍ଟ ଡୋଜ ନଷ୍ଟ ହୋଇଯାଏ । ଏହି କାରଣ ପାଇଁ ଏପର୍ଯ୍ୟନ୍ତ ଦେଶରେ ଲକ୍ଷାଧିକ କୋଭିସିଲ୍ଡ ଏବଂ କୋଭାକ୍ସିନ ଡୋଜ ନଷ୍ଟ ହୋଇ ସାରିଲାଣି ।
ଏନେଇ ଭାରତ ବାୟୋଟକର ଚେୟାରମ୍ୟାନ ଡା. କୃଷ୍ଣନ ଏମ ଇଲା କହିଛନ୍ତି କି, ଟୀକାର ଡୋଜ ନଷ୍ଟ ହେବା ଦ୍ୱାରା ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । ଏଭଳି ସ୍ଥିତିରେ ଜରୁରୀ ଥିଲା କି ଟୀକା ଷ୍ଟେରେଜରେ ପରିର୍ତ୍ତନ କରିବା । ଏବେ ବୈଜ୍ଞାନିକମାନେ ଅନେକ ଚେଷ୍ଟା ପରେ ଏକ ରାସ୍ତା ବାହାର କରିଛନ୍ତି ଏବେ ଟୀକାର ଏକ ଭଏଲ ୨୮ ଦିନ ଯାଏଁ ସୁରକ୍ଷିତ ରହି ପାରିବ ।