ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ବାତିଲ ହେଲା ଆଇପିଏଲ ୨୦୨୧ । ଆଇପିଏଲର ବାୟୋ ବବଲ ଭେଦି କରୋନା ଛୁଇଁବା ପରେ ବିଭିନ୍ନ ଦଳର ଖେଳାଳୀ ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।
କରୋନା କାଳ ମଧ୍ୟରେ ଚାଲିଥିଲା ଆଇପିଏଲ । କିନ୍ତୁ ଅଚାନକ ସୋମବାର କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳୀ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ସୋମବାର ହେବାକୁ ଥିବା କେକେଆର ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ସ୍ଥଗିତ ରଖାଯାଇଥିଲା । ଏହାପରେ ଧୀରେ ଧୀରେ ଅନ୍ୟ ଟିମ୍ ରେ ସଂକ୍ରମଣ ବ୍ୟାପିବା ସହ ଖେଳାଳୀମାନେ ସଂକ୍ରମିତ ହୋଇଥିବା ଜଣାପଡିଛି ।