ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତିି କି, କରୋନର ଦ୍ୱିତୀୟ ଲହର ଦ୍ୱାରା ଅର୍ଥନୀତି ପ୍ରଭାବିତ ହୋଇଛି । ବର୍ତ୍ତମାନର ସ୍ଥିତି ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନଜର ରହିଛି । ପ୍ରଥମ ଲହର ପରେ ଅର୍ଥନୀତିରେ ସୁଧାର ଆସିଥିଲା କିନ୍ତୁ ଏବେ ପୁଣି ସଙ୍କଟରେ ପକେଇଛି ଦ୍ୱିତୀୟ ଲହର ।
ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆରବିଆଇ ୫୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛି । ଏହା ଅଧିନରେ ଥିବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯିବ ଏବଂ ପ୍ରାଥମିକ କ୍ଷେତ୍ର ଗୁଡିକ ପାଇଁ ବହୁତ ଶୀଘ୍ର ଋଣ ଏବଂ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ । ସେମାନଙ୍କ କୋଭିଡ ଲୋନ ବୁକ୍ ଅନୁଯାୟୀ ଋଣ ଦିଆଯିବ ।
ସେହିପରି ରିଜର୍ଭ ବ୍ୟାଙ୍କ ଆସନ୍ତା ପନ୍ଦର ଦିନ ମଧ୍ୟରେ ୩୫,୦୦୦ କୋଟି ଟଙ୍କା ମୂଲ୍ୟର ସରକାରୀ ସିକ୍ୟୁରିଟି କ୍ରୟ କରିବ। ୩୫୦୦୦ କୋଟି ମୂଲ୍ୟର ସିକ୍ୟୁରିଟି କ୍ରୟର ଦ୍ୱିତୀୟ ପର୍ୟ୍ୟାୟ ୨୦ ମଇରୁ ଆରମ୍ଭ ହେବ ।
ବର୍ତ୍ତମାନର କରୋନା କାଳରେ କେୱାଇସି ନିୟମରେ କିଛି ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି । ଏବଂ ଭିଡିଓ ମାଧ୍ୟମରେ କେୱାଇସିକୁ ଅନୁମତି ଦିଆଯାଇଛି ।