ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବ୍ରହ୍ମପୁର ସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପୁରାତନ ତଥା ପ୍ରସିଦ୍ଧ କଲେଜ ମଧ୍ୟରୁ ଗୋଟେ ହେଉଛି ଖଲିକୋଟ ସ୍ୱୟଂଶାସିତ କଲେଜ ।
ଦକ୍ଷୀଣ ଓଡିଶା ଲୋକଙ୍କ ବହୁ ଦିନର ଆଶା ପୁରଣ ହୋଇଛି । ଖଲିକୋଟ ସ୍ୱଂୟଶାସିତ କଲେଜକୁ ଏବେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା କରାଯାଇଛି ।