ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗୋଟେ ପରେ ଗୋଟେ ଜୀବନ ନେଉଛି ମହାମାରୀ କରୋନା । ଏପର୍ଯ୍ୟନ୍ତ କରୋନରେ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ସେହିପରି ଏହି ଘାତକ କରୋନା ପୁଣି ଜେଣେ ରାଜନେତାଙ୍କ ଜୀବନ ନେଇଛି । ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ୍ ସିଂହଙ୍କର କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି ।
ଅଜିତ୍ ସିଂହ କରୋନରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଫୁସଫୁସ ସଂକ୍ରମଣ ହୋଇଥିବା ଯୋଗୁଁ ମଙ୍ଗଳବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।