ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କରୋନା ଟୀକା ପ୍ରସ୍ତୁତ କରୁଥିବା ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ ପ୍ଲସ ସୁରକ୍ଷା ଦେବାକୁ ଦାବି ହୋଇଛି । ସେଥିପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ବର୍ତ୍ତମାନ ତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ମିଳୁଛି ।
ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲାଙ୍କୁ ଭାରତ ସରକାର ସିଆରପିଏଫ ‘ୱାଇ ‘ ବର୍ଗ ସୁରକ୍ଷା ପ୍ରଦାନ କରିଥିଲେ। ଏଥିପାଇଁ ଗୃହମନ୍ତ୍ରାଳୟ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଗୃହମନ୍ତ୍ରାଳୟର ନିର୍ଦ୍ଦେଶରେ କୁହାଯାଇଥିଲା କି, ସାରା ଦେଶରେ ତାଙ୍କୁ ସିଆରପିଏଫ ସୁରକ୍ଷା କର୍ମୀମାନେ ସୁରକ୍ଷା ଯୋଗାଇବେ ।