ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ମାର୍ଚ୍ଚ ମାସରେ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ତାର ରେଡମୀ ନୋଟ ୧୦ ପ୍ରୋର ଗ୍ଲୋବାଲ ଭ୍ୟାରିଏଣ୍ଟ ଲଞ୍ଚ କରିଥିଲା । ଏବେ କମ୍ପାନୀ ଏହି ସ୍ମାର୍ଟଫୋନର ୫ଜି ଭ୍ୟାରିଏଣ୍ଟ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରୁଛି । ଏହାରି ମଧ୍ୟରେ ଟେକ୍ ଟିପଷ୍ଟର ଅଭିଶେଖ ଯାଦବ, ରେଡମୀ ନୋଟ ୧୦ ପ୍ରୋର ୫ଜି ଭ୍ୟାରିଏଣ୍ଟର ଫଟୋ ସେୟାର କରିଛନ୍ତି ।ଯେଉଁଥିରେ ଏହି ଫୋନର ଡିଜାଇନ୍ ଦେଖିବାକୁ ମିଳିଛି ।
ଏହି ଫୋନର ଡିଜାଇନ ସମ୍ପୂର୍ଣ୍ଣ ୪ଜି ଭ୍ୟାରିଏଣ୍ଟ ସହ ମେଳ ଖାଉଛି । ଏହାର ବାମ ପଟେ କ୍ୱାଡ ରିୟର କ୍ୟାମେରା ସେଟଅପ ଦିଆଯାଇଥିବା ବେଳେ ନିମ୍ନ ଭାଗରେ ରେଡମୀ ବ୍ରାଣ୍ଡିଙ୍ଗ ସହିତ ୟୁଏସବି ଟାଇପ-ସି ପୋର୍ଟ ଏବଂ ସ୍ପିକର ଗ୍ରିଲ ଦିଆଯାଇଛି । ଏହାସହିତ ଏଥିରେ ସ୍ନାପଡ୍ରାଗ ୭୩୨ ଜି ଚିପସେଟ ଦିଆଯାଇପାରେ ବୋଲି କୁହାଯାଉଛି ।
ସାଓମି ପକ୍ଷରୁ ରେଡମୀ ନୋଟ ୧୦ ପ୍ରୋ ୫ଜି ଲଞ୍ଚ ଏବଂ ଏହି ଫୋନ ଦାମ ଓ ଫିଚର୍ସ ବିଷ୍ରୟରେ କୌଣସି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲିକ ହୋଇଥିବା ଖବର ମୁତାବକ ଏହି ସ୍ମାର୍ଟଫୋନ ବହୁତ ଶୀଘ୍ର ଗ୍ଲୋବାଲ ମାର୍କେଟରେ ଏଣ୍ଟ୍ରି କରିବ ।